ନବଜାତ ପୁଅ ସହ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌତମ ଚୋପ୍ରା ୨ ମାସ ପୂର୍ବେ ନିଜ ମା’ବାପାଙ୍କୁ ହରାଇଥିଲେ। ଏହା ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିଲା। କିନ୍ତୁ କିଛି ଦିନ ହେବ ତାଙ୍କ ଘରକୁ ଖୁସି ଫେରିଆସିଛି। ଗୌତମଙ୍କ ସ୍ତ୍ରୀ ହିତିଶା ଚେରଣ୍ଡା କିଛି ଦିନ ତଳେ ନିଜର ପ୍ରଥମ ପୁତ୍ରକୁ ଜନ୍ମ ଦେଇଛନ୍ତି। ପୁତ୍ର ସନ୍ତାନୁ ପାଇ ସେମାନେ ବହୁତ ଖୁସିଅଛନ୍ତି। ଏବେ ଗୌତମ ସୋସିଆଲ ମିଡିଆରେ ନିଜ ପୁଅର ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି। ଫଟୋରେ ଗୌତମ ପୁଅକୁ କୋଳରେ ଧରିଥିବାର ଦେଖିବାକୁ ମିଳୁଛି। ଏଥିସହ ସେ କ୍ୟାପଶନରେ ଲେଖିଛନ୍ତି, ୨ ସପ୍ତାହ ପରେ ଯେତେବେଳେ ପ୍ରିନ୍ସ ଚୋପ୍ରା ବାପାଙ୍କୁ ଭେଟିଥିଲେ, ସର୍ଟ ଉପରେ ସେ ବେକକୁ ଧରିଦେଇଥିଲେ। ବେକକୁ ଛାଡିବାକୁ ସେ ଜମା ବି ପ୍ରସ୍ତୁତ ନ ଥିଲେ।

Share