ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍ ବସ୍-୧୪’ କିଛି ନା କିଛି ଥକୁ ନେଇ ଚର୍ଚ୍ଚାରେ ରହିଥାଏ। ଏବେ ଏହି ଶୋ’ରେ ୩ଜଣ ସିନିୟର୍ସ ଏଣ୍ଟ୍ରି କରିଛନ୍ତି। ସେମାନେ ହେଲେ ହିନା ଖାନ୍, ସିଦ୍ଧାର୍ଥ ଶୁକ୍ଲା ଏବଂ ଗୌହର ଖାଁ। ହେଲେ ହିନାଙ୍କ ଖେଳକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଟିଭି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରେ ହିନା ଜଣେ। ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ସେ ଅକ୍ଷରା ଚରିତ୍ରରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଶୋ ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇପାରିଛନ୍ତି। ହେଲେ ହିନାଙ୍କ କହିବାନୁଯାୟୀ, ଏହି ଶୋ ଦର୍ଶକଙ୍କ ମଧ୍ୟରେ ତାଙ୍କ ଭାବମୂର୍ତ୍ତିକୁ ରକ୍ଷଣଶୀଳ କରିଥିଲା। ଯାହାକୁ ସେ ଭାଙ୍ଗିବାକୁ ଚାହୁଁଥିଲେ। ସେଥିପାଇଁ ସେ ଏହି ଶୋ ଛାଡିଥିବା କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ସେ ଏହି ପ୍ରଥମ ଶୋ’କୁ କେବଳ ଗୋଟିଏ ଅଡିସନରେ ପାଇଥିଲେ। ଯାହାକି ବହୁତ ସହଜ ଥିଲା। କିନ୍ତୁ ପରେ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ଶୋ’ରେ କାମ କହିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ଅନେକ ଫିଲ୍ମରେ ସୁଯୋଗ ମିଳିଥିଲା, କିନ୍ତୁ ଶୋ’ ପାଇଁ ତାଙ୍କୁ ମନା କରିବାକୁ ପଡ଼ିଥିଲା। ଶୋ’ ଛାଡିବା ତାଙ୍କ ପାଇଁ ସେତେଟା ସହୟ ନ ଥିଲା ବୋଲି ହିନା କହିଛନ୍ତି।