ଫ୍ଲୋରିଡାରେ ଟେଲିଭିଜନ ଖବରଦାତାଙ୍କୁ ଗୁଳି, ୯ ବର୍ଷର ଶିଶୁ ସମେତ ୩ ଆହତ

ଫ୍ଲୋରିଡା, ୨୩ ।୨: ଆମେରିକାରେ ପୁଣି ଫୁଟିଛି ଗୁଳି । ଆମେରିକାର ଫ୍ଲୋରିଡାରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଟେଲିଭିଜନ ଖବରଦାତାଙ୍କୁ ରିପୋର୍ଟିଂ ସମୟର ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡରେ ଜଣେ ୯ ବର୍ଷର ଝିଅ ସମେତ ତାଙ୍କ ମାଆ ଓ ଜଣେ ଟେଲିଭିଜନ କ୍ର‌୍ୟୁ ମେମ୍ବର ଆହତ ହୋଇଛନ୍ତି । ଖବରଦାତା ଜଣକ ସ୍ପେକ୍ଟ୍ରମ ନ୍ୟୁଜ ୧୩ରେ କାମ କରୁଥିଲେ । ଏହି ଘଟଣାର କିଛି ସମୟ ପରେ ପୋଲିସ ଅଭିଯୁକ୍ତ ୧୯ ବର୍ଷୀୟ ବୋଲଭିନ ମୁସାଙ୍କୁ ଗିରଫ କରିଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁଳିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ । ଗିରଫ କରିବା ସମୟରେ ଅଭିଯୁକ୍ତଙ୍କ ନିକଟରୁ କିଛି ଅସ୍ତ୍ର ଜବତ କରାଯାଇଛି । ଏବେ ଅଭିଯୁକ୍ତ ପୋଲିସକୁ ସହଯୋଗ କରୁ ନ ଥିବା ଜଣାପଡିଛି । ହ୍ୱାଇଟ ହାଉସର ପ୍ରେସ ସଚିବ କାରାଇନ ଜିନ-ପିୟରେ ଏକ ଟୁଇଟ କରି କହିଛନ୍ତି, ମୃତ ଖବରଦାତାଙ୍କ ପରିବାର ଓ ଫ୍ଲୋରିଡାର ଅରେଞ୍ଜ କାଉଣ୍ଟିରେ ଆହତ ହୋଇଥିବା ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ସ୍ପେକ୍ଟ୍ରମ ନ୍ୟୁଜର ଟିମକୁ ବି େ ସମବେଦନା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆପଲ୍ ଆସନ୍ତା ବର୍ଷ ସୁଦ୍ଧା ଆମେରିକାରୁ ସମ୍ପୂର୍ଣ୍ଣ ଆଇଫୋନ୍ ଫ୍ୟାକ୍ଟ୍ରି ଭାରତ ସ୍ଥାନାନ୍ତର କରିପାରେ: ରିପୋର୍ଟ

ନୂଆଦିଲ୍ଲୀ,୨୫।୪: ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି...

ଯେଉଁଠି ଲୁଚିଛନ୍ତି, ଖୋଜିଆଣି ଦଣ୍ଡ ଦିଅ: ସେନା ମୁଖ୍ୟଙ୍କୁ କହିଲେ ଏଲଜି

ଶ୍ରୀନଗର,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ ଏବଂ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି) ମନୋଜ ସିହ୍ନା ଆଜି ଶ୍ରୀନଗରରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ...

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା, କହିଲେ ନିଜ ନିଜ ରାଜ୍ୟରେ ଥିବା…

ନୂଆଦିଲ୍ଲୀ,୨୫ା୪: ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଉକ୍ତ ବୈଠକରେ ସବୁ ରାଜ୍ୟର...

ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୪: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ...

ଆମେରିକା ପାଇଁ ଏହି ଘୃଣ୍ୟ କାମ କରାଯାଇଛି: ଆତଙ୍କବାଦୀଙ୍କୁ ସମର୍ଥନ, ତାଲିମ ଦେବା କଥା ସ୍ୱୀକାର କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି...

ବିନା କାମରେ ୫୭ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ଠିକାଦାର

ଭୁବନେଶ୍ୱର,୨୫ା୪: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ନୂଆପଡ଼ା ଜିଲା ଖଡ଼ିଆଳରେ ବିନା କାମରେ ସେ...

ଧାରଣା ବେଳେ ଚାଷୀ ବେହୋସ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ପୌରପରିଷଦ ୧ ନଂ ଆଉ ୨ ନଂ ଓ୍ବାର୍ଡର ଚାଷୀମାନେ ଶୁକ୍ରବାର ସକାଳ ୧୦.୩୦ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର...

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ, ଆଗାମୀ ୧୦ ବର୍ଷରେ ୧୦୦ ଟାର୍ଗେଟ

ଭୁବନେଶ୍ୱର,୨୫।୪: ମୟୁରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ପରେ ଆସିଛି ଆଉ ଏକ ଖୁସି ଖବର। ଶୁକ୍ରବାର ବନ୍ୟପ୍ରାଣୀ ପିସିସିଏଫ ପ୍ରେମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image