କେବିସି-୧୪ର ପ୍ରଥମ କୋଟିପତି ହେଲେ ଜଣେ ଗୃହିଣୀ

ଅମିତାଭ ବଚ୍ଚନଙ୍କ କୁଇଜ ରିଆଲିଟି ଶୋ’ କୌନ ବନେଗା କରୋଡପତି-୧୪ରେ ପ୍ରଥମ କୋଟିପତି ଜଣେ ଗୃହିଣୀ ହୋଇଛନ୍ତି। କୋଲହାପୁରର ୪୫ ବର୍ଷ ବୟସ୍କା କବିତା ଚାୱଲା ୧ କୋଟି ପ୍ରଶ୍ନର ସଠିକ ଉତ୍ତର ଦେଇ ଚଳିତବର୍ଷର ପ୍ରଥମ କୋଟିପତି ହୋଇପାରିଛନ୍ତି। ବର୍ତ୍ତମାନ ୭.୫ କୋଟି ପ୍ରଶ୍ନ ପାଇଁ ଖେଳିବାକୁ ଯାଉଛନ୍ତି। ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଭିଡିଓରେ କବିତା ୧ କୋଟି ଜିତିବା ପରେ ବିଗ ବି ବହୁତ ଖୁସି ହୋଇଯାଇଛନ୍ତି। ଶୋ’ରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କବିତା ଚାୱଲା ଅନେକ କଥା କହିଥିଲେ। ଏହା ଶୁଣି ବିଗ ବି ମଧ୍ୟ ଭାବପ୍ରବଣ ହୋଇଥିଲେ। କବିତା କହିଛନ୍ତି, ଦଶମ ପରେ ତାଙ୍କ ପିତା ଅଧିକ ଅଧ୍ୟୟନ କରିବାକୁ ମନା କରିଦେଇଥିଲେ। କିନ୍ତୁ ସ୍କୁଲ ଶିକ୍ଷକ ପିତାଙ୍କୁ ଅନେକ ବୁଝାଇବା ପରେ ଶେଷରେ ସେ ଦ୍ୱାଦଶ ଶ୍ରେଣୀ ପାସ କରିବାରେ ସକ୍ଷମ ହୋଇଥିଲେ। କେବିସି ଆରମ୍ଭ ହେବା ଦିନଠାରୁ ସେ ଏହି ଶୋ’ର ଅଂଶ ହେବାକୁ ଚାହୁଁଥିଲି। କେବିସି ଆସି ସ୍ବପ୍ନ ପୂରଣ କରିବାକୁ ୨୧ ବର୍ଷ ୧୦ ମାସ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ମଦ: ଦାଦା, ପୁତୁରା ମୃତ

ତିର୍ତ୍ତୋଲ/କେନ୍ଦ୍ରାପଡ଼ା,୨୧/୧୧(ଗୌରାଙ୍ଗ ଚରଣ ସ୍ବାଇଁ/ଜଗନ୍ନାଥ ଧଳ): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ଗ୍ରାମରେ ଛତୁରେ ପକାଇବାକୁ ଥିବା କୀଟନାଶକକୁ ପାଣି ଭାବି...

ଭାବିଥିଲେ ଆଜି କରିଦେବେ ମାସଟା ଯାକକ ବେପାର ହେଲେ ରାସ୍ତାରେ ଜଗିଥିଲା ଯମ …

ଜଗତସିଂହପୁର,୧୭।୧୧: ଆଜି ଝାଡ଼ ଖାଇ ପ୍ରତିଟି  ଆମିଷ ବେପାରୀ ଭାବିଥାନ୍ତି ତାଙ୍କ ମାସଟା ଯାକର ବେପାର  ଆଜି କରିବାକୁ । ହେଲେ ସକାଳୁ ସକାଳୁ ମାଛ...

ପାରାଦୀପରେ ହେବ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

ପାରାଦୀପ,୧୪ା୧୧: ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ମହାବାତ୍ୟାରେ ଭାସି ଯାଇଥିଲେ ସ୍ତ୍ରୀ-୪ ସନ୍ତାନ: ତଥାପି ହାରିନାହାନ୍ତି ଶଙ୍କର ନନା

ପାରାଦୀପ,୨୯।୧୦(ଶରତ ରାଉତ):ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏହି ୨୫ ବର୍ଷ ମଧ୍ୟରେ ଉପକୂଳ ଓଡ଼ିଶାରେ ୧୧...

ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ

ପାରାଦୀପ,୨୩।୧୦(ଶରତ ରାଉତ):ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ...

ଜିଲା ପାଇଁ ଗୌରବ ଆଣିଲେ ସ୍ମୃତିରଞ୍ଜନ, ଓଏଏସ୍‌ ପାଇବା ପରେ କହିଲେ…

ଜଗତସିଂହପୁର,୨୦ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌) ପରୀକ୍ଷା ୨୦୨୨ର ଫଳ ଶନିବାର ପ୍ରକାଶ ପାଇଛି। ମୋଟ ୬୮୩ଜଣ...

ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ

ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri