ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ଦୀପିକା

ବଲିଉଡର ଭେଟେରାନ ଅମିତାଭ ବଚ୍ଚନଙ୍କ ଗେମ୍‌ ଶୋ’ କୌନ ବନେଗା କରୋଡପତି ୧୩ ତମ ସିଜିନ ଆରମ୍ଭ ହୋଇଛି। ଦର୍ଶକଙ୍କ ପାଇଁ ଅଧିକ ରୋମାଞ୍ଚକର କରିବା ପାଇଁ ଶୋ’ରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଶାନଦାର୍‌ ଶୁକ୍ରବାର’ର ଏପିସୋଡ। ଏଥିରେ ସେଲିବ୍ରିଟି ଅତିଥିମାନେ ହଟ ସିଟରେ ବସିଥିବାର ନଜର ଆସିଛନ୍ତି। ଆସନ୍ତା ଶୁକ୍ରବାରର ଏପିସୋଡରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ହଟ ସିଟରେ ଅତିଥି ଭାବରେ ନଜର ଆସିବେ। ଏହି ଏପିସୋଡ ବହୁତ ଆକର୍ଷଣୀୟ ହେବାକୁ ଯାଉଛି।
ନିକଟରେ ଏହି ଏପିସୋଡର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦୀପିକା ସ୍ବାମୀ ରଣଭୀର ସିଂଙ୍କ ନାଁରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି। ଶୋ’ର ଆୟୋଜକ ଅମିତାଭ ବଚ୍ଚନ ନିକଟରେ ଦୀପିକା ଏହି ଅଭିଯୋଗ କରି କହିଛନ୍ତି ଯେ, ରଣଭୀର ମୋତେ ପ୍ରତିଶୃତି ଦେଇଥିଲେ ଯେ ଦିନେ ସେ ମୋ ପାଇଁ ଜଳଖିଆ ପ୍ରସ୍ତୁତ କରିବେ। ଆଜି ପର୍ଯ୍ୟନ୍ତ ତାହା ହୋଇ ନାହିଁ ଏବଂ ସେ କେବେ ଜଳଖିଆ ତିଆରି କରି ନାହଁାନ୍ତି। ଯାହା ପରେ ବିଗ ବି ରଣଭୀରଙ୍କୁ ଫୋନ୍‌ ଲଗାଇ କୁହନ୍ତି, ଦୀପିକା ତୁମ ବିଷୟରେ ଅଭିଯୋଗ କରୁଛନ୍ତି। ଏହା ଶୁଣି ରଣବୀର କହୁଛନ୍ତି, ତୁମେ ମୋ ନାଁରେ ଅଭିଯୋଗ କରୁଛ, ବଚ୍ଚନ ସାହେବ କଥା ହୋଇଛନ୍ତି। ଏବେ ମୁଁ ମୋ କୋଳରେ ତୁମକୁ ବସାଇ ଜଳଖିଆ ଖାଇବାକୁ ଦେବି।
ଦୀପିକାଙ୍କୁ ଖୁବଶୀଘ୍ର ଦୁଇଟି ବଡ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ‘ପଠାନ’ ଏବଂ ‘ଫାଇଟର୍‌’ ଚଳଚ୍ଚିତ୍ରରେ ସେ ନଜର ଆସିବେ। ଦୀପିକା ଅଭିନେତା ହ୍ରିତିକ ରୋଶନଙ୍କ ସହ ଫାଇଟର ଫିଲ୍ମରେ ନଜର ଆସିବେ। ଏହି ସମୟରେ ଦୀପିକା ସୁପରଷ୍ଟାର ଶାହାରୁଖ ଖାନଙ୍କ ସହ ଫିଲ୍ମ ‘ପଠାନ’ରେ ନଜର ଆସିବେ।

Share