ଜୋତାକୁ ନେଇ ଚର୍ଚ୍ଚାରେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନିୟା ଶର୍ମା ଅନେକ ସମୟରେ ନିଜ ବୋଲ୍ଡ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାକୁ ନେଇ ପ୍ରାୟ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ଅଭିନୟଠାରୁ ଅଧିକ ସେ ନିଜର ବୋଲ୍ଡ ଦୃଶ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ତେବେ କିଛି ଦିନ ତଳେ ସେ ନିଜର ଜନ୍ମଦିନ କେକ୍‌କୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ କିନ୍ତୁ ସେ ନିଜର ବୋଲ୍ଡ ଅବତାର ସାଙ୍ଗକୁ ଜୋତାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିୟାଙ୍କ ଏହି ଫଟୋ ଶୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାଙ୍କୁ ଏକ ଜିପ୍‌ ସାମ୍ନାରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ତେବେ ଖାସ୍‌ କଥା ହେଲା ସେ ଦୁଇ ଗୋଡରେ ଭିନ୍ନ ରଙ୍ଗର ଜୋତା ପିନ୍ଧିଥିବା ଦେଖାଯାଉଛନ୍ତି। ଏହାକୁ ତାଙ୍କ ପ୍ରଶଂସକମାନେ ବେସ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଅନେକ ପ୍ରଶଂସକ ତାଙ୍କର ଏହି ଜୋତାକୁ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି।

Share