Advertisement

ଲକ୍‌ଡାଉନ୍‌ ପରେ ‘ଦ କପିଲ ଶର୍ମା ଶୋ’ର ପ୍ରଥମ ଅତିଥି ହେବେ ଏହି ଅଭିନେତା, ଜାଣନ୍ତୁ କେବେଠାରୁ ହେବ ପ୍ରସାରିତ

ସୋନି ଟିଭିରେ ପ୍ରସାରିତ କମେଡି ଶୋ’ ‘ଦ କପିଲ ଶର୍ମା’ର ଶୁଟିଂ ଦୀର୍ଘ ୪ ମାସ ପରେ ପୁଣିଥରେ ଆରମ୍ଭ ହୋଇଛି। ତେବେ ଶୋ’ର ପ୍ରଥମ ଏପିସୋଡ୍‌ ଅଗଷ୍ଟ ୧ରେ ପ୍ରସାରିତ ହେବ ବୋଲି ଚ୍ୟାନେଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥର ଶୋ’ର ପ୍ରଥମ ଅତିଥି ହେବେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରାବାକୁ ନେଇ ସୋନୁ ଏବେ ଚର୍ଚ୍ଚାରେ। ଶୋ’ରେ ସୋନୁ ଶ୍ରମିକଙ୍କ ସହ ଥିବା ତାଙ୍କର ଅନୁଭବ ବିଷୟରେ ଶେୟାର କରିବେ। ଏଥିସହ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ କିପରି ସେ ଏକ ଆପ୍‌ ମାଧ୍ୟମରେ କାମ କରୁଛନ୍ତି ତାହା ମଧ୍ୟ କହିବେ ବୋଲି ଜଣାପଡ଼ିଛି। ତେବେ ଏଥର ଶୋ’ରେ ଲାଇଭ ଅଡିୟେନ୍ସ ରହିବେ ନାହିଁ। କରୋନାକୁ ଦୃଷ୍ଟିରେ ରଖି ଶୋ’ରେ ସାମାଜିକ ଦୂରତ୍ୱ ରକ୍ଷା କରାଯିବ। ମାତ୍ର ଲୋକେ ଘରେ ବସି ଭିଡିଓ କଲ୍‌ ମାଧ୍ୟମରେ ଶୋ’ରେ ଅଂଶଗ୍ରହଣ କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share