କିଭ୍,୧୮ା୨: ଯୁଦ୍ଧ ସମର୍ଥକ ରୁଷିଆ ଟିଭି ଉପସ୍ଥାପକ ଆଣ୍ଟନ କ୍ରାସୋଭସ୍କି ୟୁକ୍ରେନ ପିଲାମାନଙ୍କର ବୁଡ଼ି ମୃତ୍ୟୁକୁ ଯଥାର୍ଥ ବୋଲି କହି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ପରେ ୟୁକ୍ରେନ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ୟୁକ୍ରେନର ଏସ୍ବିୟୁ ସୁରକ୍ଷା ସେବା ଅଧିକାରୀ କହିଛନ୍ତି, କ୍ରାସୋଭସ୍କି ଦୁଇଟି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନରସଂହାର ପାଇଁ ପ୍ରବର୍ତ୍ତାଇବା ଏବଂ ୟୁକ୍ରେନର ସାମ୍ବିଧାନିକ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।