ବିବାହର ୬ ମାସ ପରେ ମା’ ହୋଇଥିଲେ ପାର୍ବତୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଶୋ’ ‘ଦେବୋ କେ ଦେବ ମହାଦେବ’ରେ ପାର୍ବତୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏବଂ ତାଙ୍କର ଅଭିନେତା ସ୍ବାମୀ କୁନାଲ ବର୍ମାଙ୍କ ଘରେ ଅକ୍ଟୋବର ୨୦୨୦ରେ ପୁଅ କୁଶିଭ ଜନ୍ମଗ୍ରହଣ କରିଥିଲେ। ଜନ୍ମ ପରେ ଏହି ଦମ୍ପତି ନିଜ ପୁଅର ମୁହଁ ଲୁଚାଇ ରଖିଥିଲେ। ସେମାନେ ପୁଅର ଅନେକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି, ମାତ୍ର କେବେ ମୁହଁ ଦେଖାଇ ନ ନଥିଲେ। ପ୍ରସଂଶକଙ୍କ ଅନୁରୋଧ ରକ୍ଷାକରି ପୂଜା ଏବେ ପୁଅର ଫଟୋ ଦେଖାଇଛନ୍ତି। ପୁଅର ଫଟୋ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଫଟୋ କୁଶିଭ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ବାପାଙ୍କ ପରି ଦେଖାଯାଉଥିବା ପ୍ରଶଂସକମାନେ କମେଣ୍ଟ କରି କହୁଛନ୍ତି।
ପୂଜା ଏବଂ କୁନାଲ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ମେ’ରେ କୋର୍ଟ ମ୍ୟାରେଜ କରିଥିଲେ। ବିବାହର ୬ ମାସ ପରେ ପୂଜା ଏହି ଦମ୍ପତି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ପୂଜା ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିଲା।

Share