ସିଜନ୍‌-୨ ସହ ଫେରୁଛି ଏସବୁ ହିଟ୍‌ ଶୋ’

ବମ୍ବେ: ଆଜିକାଲି ଟ୍ରେଣ୍ଡରେ ରିମେକ୍‌। କେବଳ ବଲିଉଡ୍‌ରେ ନୁହେଁ ବରଂ ଟେଲିଭିଜନଜଗତରେ ଏହାର କ୍ରେଜ୍‌ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଦର୍ଶକଙ୍କ ମନ ଜିଣିଥିବା ଅନେକ ଶୋ’ର ରିମେକ୍‌ ଦେଖିବାକୁ ମିଳିଛି। ‘କସୌଟି ଜିନ୍ଦେଗୀ କେ’ ରୁ ଆରମ୍ଭ କରି ‘ସାଥ ନିଭାନା ସାଥୀୟା’ ଭଳି ଧାରାବାହିକ ପୁଣି ଥରେ ପରଦାକୁ ଆସିଛି। ଏହି କ୍ରମରେ ନବେ ଦଶକର ଲୋକପ୍ରିୟ ଆଉ ଛଅଟି ଧାରାବାହିକ ଛୋଟ ପରଦାକୁ ଫେରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଟେଲିଭିଜନ ଶୋ’ ‘ବାଗଲେ କି ଦୁନିଆ-ନୟେ ପିଢ଼ୀ ନୟେ କିସ୍ସେ’ର ପ୍ରିମିୟର ଫେବୃୟାରୀ ୮ରେ ହେବାକୁ ଯାଉଛି। ସେହିଭଳି ‘ମନ କି ଆବାଜ ପ୍ରତିଜ୍ଞା’ନଅ ବର୍ଷ ପରେ ପୁଣିଥରେ ପରଦାକୁ ଆସୁଛି। ‘ସସୁରାଲ ସିମର କା’, କୁଛ ରଙ୍ଗ ପ୍ୟାର୍‌ କେ ଐସେ ଭି’, ‘କ୍ୟୁ କି ସାସ୍‌ ଭି କଭି ବହୁ ଥି’, ‘କାହାନୀ ଘର ଘର କି’ ଆଦିକୁ ନୂଆ କାହାଣୀ ସହ ଦର୍ଶକଙ୍କୁ ଭେଟି ଦେବାକୁ ନିର୍ମାତାମାନେ ଯୋଜନା ଚଳାଇଛନ୍ତି।

Share