ନବରାତ୍ରିରେ ଦେବୀ ମା’ଙ୍କ ଅବତାର ନେଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଚିହ୍ନବା କଷ୍ଟକର

ଏବେ ସାରା ଦେଶରେ ନବରାତ୍ରି ପାଳନ କରାଯାଉଛି। ଆଜି ଅର୍ଥାତ୍‌ ଶୁକ୍ରବାର ହେଉଛି ସପ୍ତମୀ। ଏହି ଦିନରେ ମା’ ଦୁର୍ଗାଙ୍କର ସପ୍ତମ ରୂପ ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ଏହି ଅବସରରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଋଷିନା କନ୍ଧାରୀ ମା’ଙ୍କ ଏହି ରୂପ ଧାରଣ କରିଛନ୍ତି। ମା’ଙ୍କ ଏହି ରୂପ ଧାରଣ କରିଥିବାରୁ ଏବେ ସେ ଖୁବ୍‌ ଚର୍ଚ୍ଚାରେ। ଏହି ରୂପରେ ଋଷିନାଙ୍କୁ ଚିହ୍ନିବା କଷ୍ଟକର। ତେବେ ଋଷିନା ଦିୟା ଔର ବାତି ହମ୍‌, ଈଶାରୋ, ଈଶାରେ ମେଁ, ଦେବୋ କେ ଦେବ ମହାଦେବ ଆଦି ଧାରାବାହିକରେ କାମ କରିସାରିଛନ୍ତି। ଏକ ଭିଲେନ, ସାହେ ବିବି ଔର ଜ୍ଞାଙ୍ଗଷ୍ଟାର, ଲୁପ୍ତ ଆଦି ଫିଲ୍ମରେ ମଧ୍ୟ ସେ ଲୋକଙ୍କ ସାମ୍ନାକୁ ଆସିଛନ୍ତି।

Share