ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ପ୍ରେମିକ କରନ୍ ଶର୍ମାଙ୍କ ହାତ ଧରିବେ ସେ। ଉଭୟ ପରସ୍ପରକୁ ତେର ବର୍ଷରୁ ଅଧିକ ସମୟ ଧରି ଡେଟ୍ କରିଆସୁଥିଲେ। ଏବେ ସେମାନେ ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ ସ୍ଥିର କରିଥିବା ସୁରଭି କହିଛନ୍ତି।
ସୁରଭି ଅଭିନେତ୍ରୀ ହୋଇଥିବା ବେଳେ କରନ୍ ପେସାରେ ଜଣେ ବ୍ୟବସାୟୀ। ଏହାଛଡ଼ା ସେ ଏକ ଏନ୍ଜିଓ ଚଳାଉଛନ୍ତି। ଦୀର୍ଘଦିନରୁ ସୁରଭି ତାଙ୍କୁ ଡେଟ୍ କରୁଥିଲେ ହେଁ ସମ୍ପର୍କକୁ ଲୁଚାଇ ଆସୁଥିଲେ। ହେଲେ ଏବେ ସେ କରନ୍ଙ୍କୁ ଜୀବନସାଥୀ କରିବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି।
ସୁରଭି ଏବଂ କରନ୍ ମାର୍ଚ୍ଚ ୨୦୨୪ ଅନ୍ତିମ ସପ୍ତାହରେ ବିବାହ କରିପାରନ୍ତି। ପରିବାରଲୋକେ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ବେଶ ଗୋପନୀୟ ଭାବେ ଏହି ବିବାହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।