ବଜାରରେ ଟିଭିଏସ୍‌ ରୋନିନ୍‌

ନୂଆଦିଲ୍ଲୀ,୧୦।୧୨: ଟିଭିଏସ୍‌ ମୋଟର କମ୍ପାନିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦ ୨୦୨୫ ଟିଭିଏସ୍‌ ରୋନିନ୍‌ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ମଡେଲରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ସର୍ବୋତ୍ତମ ଫିଚର ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ଗୋଆର ଭାଗାଟୋରଠାରେ ଆୟୋଜିତ ମୋଟରସାଇକେଲ୍‌ ଉତ୍ସବ ‘ଟିଭିଏସ୍‌ ମୋଟୋସୌଲ ୪.୦’ରେ କମ୍ପାନୀର ଦ ୨୦୨୫ ଟିଭିଏସ୍‌ ରୋନିନ୍‌କୁ ଆନୁଷ୍ଠାନିକ ଭାବେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଏହି ମୋଟରସାଇକେଲ୍‌ ଦୁଇଟି ନୂଆ ରଙ୍ଗ ଗ୍ଲାସିୟର ସିଲ୍‌ଭର୍‌ ଏବଂ ଚାର୍‌କୋଲ୍‌ ଏମ୍ବର କଲର (ରଙ୍ଗ) ରେ ଉପଲବ୍ଧ ହେଉଛି, ଯାହା ରେଟ୍ରୋ ଡିଜାଇନ୍‌ ଓ ଆଧୁନିକ ସୁବିଧାସୁଯୋଗର ଏକ ଚମତ୍କାର ମିଶ୍ରଣ ବୋଲି କୁହାଯାଉଛି। ଏପରିକି ଏହାର ଜୀବନ୍ତ ରଙ୍ଗ, ଗ୍ରାଫିକ୍ସ ଓ ଉନ୍ନତ ପ୍ରଯୁକ୍ତି ଯେକୌଣସି ପ୍ରକାର ମନୋଭାବକୁ ସୁହାଇବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନିର ବ୍ୟବସାୟ ମୁଖ୍ୟ (ପ୍ରିମିୟମ୍‌) ବିମଲ ସୁମ୍ବଲି କହିଛନ୍ତି, ଫିଲ ଦି ଆଡ୍ରେନାଲିନ୍‌, ଫିଲ ଦି ଇନସ୍ପିରେସନ୍‌, ଫିଲ୍‌ ଦି ଗ୍ରୋଭ୍‌ ବିଷୟବସ୍ତୁ ଉପରେ ଆଧାରିତ ଟିଭିଏସ୍‌ ମୋଟୋସୌଲ-୨୦୨୪ ହେଉଛି, ଅଭିଳାଷ, ନବସୃଜନତାର ଏକ ବାସ୍ତବ ଉତ୍ସବ। ପ୍ରତିଟି ସଂସ୍କରଣରେ ଆମେ ମୋଟରସାଇକେଲ୍‌ ରେସିଂର ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବାବେଳେ ରାଇଡର ଓ ଉତ୍ସାହୀମାନଙ୍କୁ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିଛୁ। ମୋଟରସାଇକେଲ୍‌ ଗୋଷ୍ଠୀ ସଫଳ ହେବା ଦେଖିବା ବେଶ୍‌ ଉତ୍ସାହଜନକ ଏବଂ ସ୍ବତନ୍ତ୍ର ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ। ଯାହା ମଣିଷ ଓ ମୋଟରସାଇକେଲ୍‌ ଭିତରେ ସମ୍ପର୍କକୁ ସୁଦୃଢ଼ କରିବ। ସେହିପରି ୨୦୨୫ ଟିଭିଏସ୍‌ ରୋନିନ୍‌ରେ ଡୁଆଲ୍‌ ଚ୍ୟାନେଲ୍‌ ଏବିଏସ୍‌ ସାମିଲ ରହିଛି, ଯାହା ରାଇଡରଙ୍କ ସୁରକ୍ଷା ଓ ସ୍ଥିରତାକୁ ବଢ଼ାଇବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri