ବିଗ୍‌ବସ୍‌ରୁ ଟିନା ବିଦା!

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ’। ଯେତିକି ଯେତିକି ଏହାର ଫାଇନାଲ ଦିନ ପାଖେଇ ଆସୁଛି ଦର୍ଶକଙ୍କ ଉତ୍କଣ୍ଠା ସେତିକି ବଢ଼ୁଛି। ଏସବୁରେ ପ୍ରତି ସପ୍ତାହରେ ଜଣେ ଲେଖାଏ ପ୍ରତିଯୋଗୀ ଶୋ’ରୁ ବାହାର ହେଉଛନ୍ତି। ଏହି କ୍ରମରେ ଅଭିନେତ୍ରୀ ଟିନା ଦତ୍ତାଙ୍କ ଶୋ’ ଜିତିବା ସ୍ବପ୍ନ ଅଧାରେ ରହିଛି। କାରଣ ଚଳିତ ସପ୍ତାହ ଏଲିମିନେଶନରେ ଟିନା ଏଥିରୁ ବାଦ ପଡ଼ିବେ। ବିଗ୍‌ ବସ୍‌ ଫ୍ୟାନ୍‌ କ୍ଲବରେ ଏନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଶନିବାର ପ୍ରକାଶିତ ହେବାକୁ ଥିବା ଏପିସୋଡରେ ଏହା ସ୍ପଷ୍ଟ ହୋଇଯିବ। ଟିନା ଶୋ’ ଜିତି ନ ପାରିଥିଲେ ବି ତେଲୁଗୁ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏପରିକି କଲର୍ସର ଶୋ’ ଦୁର୍ଗା ଔର ଚାରୁର ଅଫର ତାଙ୍କୁ ମିଳିଥିବା କୁହାଯାଉଛି।

 

Share