ନୂଆଦିଲ୍ଲୀ,୨୫ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏହା ଅନ୍ୟ ଭାରିଏଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଖୁବଶୀଘ୍ର ଅଧିକ ଲୋକେ ଏହାଦ୍ୱାରା ସଂକ୍ରମିତ ହେଉଛନ୍ତି । ଏବେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସବୁଠାରୁ ଅଧିକ ହୋଇଥିବା ବେଳେ ସରକାର ଏ ଦିଗରେ ସତର୍କ ହେଉଛନ୍ତି । ତେବେ ଦୁବଇରୁ ମୁମ୍ବାଇ ଫେରିଥିବା ଲୋକେ ୭ ଦିନ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନରେ ରହିବେ ବୋଲି ଜଣାପଡିଛି । ଏପରି କରିବାର ଉଦ୍ଦେଶ୍ୟ ହେଉଛି ଦ୍ରୁତ ଗରିରେ ବୃଦ୍ଧି ପାଉଥିବା ଓମିକ୍ରନ୍ ସଂକ୍ରମଣକୁ ରୋକିବା । ଏବେ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରି ସାରିବା ପରେ ସରକାର ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।