ରାଜନଗର,୨୩।୧୨(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବେଲପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ଗାଁର ଅମରୀ ସାହାଣୀ ନାମକ ୬୦ ବର୍ଷୀୟା ଜଣେ ମହିଳା ଖଳାରେ କାମ କରୁଥିବା ସମୟରେ ତାଙ୍କୁ ବାରାହା ଆକ୍ରମଣ କରିଥିଲା। ଏଥିରେ ତାଙ୍କ ବାମପଟ ଆଖି ନିକଟରେ ଗଭୀର କ୍ଷତ ହୋଇଥିବା ବେଳେ ଶରୀରର ଅନେକ ସ୍ଥାନରେ କ୍ଷତ ହୋଇଥିବା ଦେଖିବା ପାଇଁ ମିଳିଛି । ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।