କରୋନାରେ ୧୨ ଜୀବନ ଗଲା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୨ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨, ଝାରସୁଗୁଡାରୁ ୨, ନୂଆପଡାରୁ ୨, ନବରଙ୍ଗପୁର, ପୁରୀ, ସୁନ୍ଦରଗଡର, ଗଞ୍ଜାମ, କଟକ, ସମ୍ବଲପୁରରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Share