ଯୁଦ୍ଧରେ ୧୨ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ଗଲାଣି…

ଓ୍ବାଶିଂଟନ/କ୍ୱିଭ୍‌/ମସ୍କୋ, ୨୭।୩ : ୟୁକ୍ରେନ ବିରୋଧରେ ରୁଷିଆର ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୧୨ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ୟୁକ୍ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେନେରାଲ ଇରିନା ଭେନେଡିକୋଭାଙ୍କ ପାଖରେ ରହିଛି।

ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ୪୫୦୦ ଆବାସିକ କୋଠା, ୧୦୦ ବ୍ୟବସାୟ ସଂସ୍ଥା, ୪୦୦ ଶିକ୍ଷାନୁଷ୍ଠାନ ଏବଂ ୧୫୦ ସ୍ବାସ୍ଥ୍ୟ ସୁବିଧା ପ୍ରଦାନକାରୀ ସଂସ୍ଥା ଧ୍ୱଂସ ହୋଇଛି। ମିଳିତ ଜାତିସଂଘ ଅନୁଯାୟୀ, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ହୋଇଥିବା ଯୁଦ୍ଧରେ ୧,୧୪୦ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।

ସେଥିମଧ୍ୟରେ ୧୫ ଜଣ ବାଳିକା, ୩୦ ବାଳକ ଏବଂ ୫୧ ଜଣ ଶିଶୁ ଅଛନ୍ତି। ମୃତକଙ୍କ ମଧ୍ୟରୁ କେତେକଙ୍କର ଲିଙ୍ଗ ଜଣା ନାହିଁ। ପ୍ରକୃତ ସଂଖ୍ୟା ମୃତ୍ୟୁ ସଂଖ୍ୟା ଜାତିସଂଘ ରିପୋର୍ଟଠାରୁ ଢେର ଅଧିକ ହେବାର ଆଶଙ୍କା ରହିଛି।

Share