ବ୍ରହ୍ମପୁର ଅଫିସ,୨୧।୧୦: ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣିଥରେ ଗତ ଦୁଇ ଦିନରେ ଦୁଇ ଶିଶୁ ସମେତ ୧୨ ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି। ସେମାନଙ୍କ ମଧ୍ୟରୁ ୪ ଜଣ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ହୋଇଥିବା ବେଳେ ଛତ୍ରପୁରର ୩ ଜଣ, ଦୁଇ ଜଣ ଚିକିଟି ବ୍ଲକର ଓ ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ ବ୍ଲକର ଜଣେ ଲେଖାଏ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ
ସୂତ୍ରରୁ ପ୍ରକାଶ। ଡେଙ୍ଗୁ ପଜିଟିଭ ରୋଗୀମାନେ ଏବେ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ଜିଲାରେ ଏଯାବତ ୧୮୨ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇ ସାରିଲେଣି। ସ୍ବାସ୍ଥ୍ୟ ଟିମ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ଘର ନିକଟକୁ ଯାଇ ସେଠାରୁ ଲାର୍ଭା ଚିହ୍ନଟ କରି ନଷ୍ଟ କରୁଥିବା ନେଇ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା.ଉମାଶଙ୍କର ମିଶ୍ର କହିଛନ୍ତି।