ଛତ୍ରପୁର,୨୧।୭(ଡି.ଏନ୍.ଏ.): ଗଞ୍ଜାମ ପୋଲିସ ଅଧୀନ ଆସିକା ଓ ବୁଗୁଡ଼ା ଥାନା ଅଞ୍ଚଳରେ କୋଭିଡ -୧୯ ମୁକାବିଲା କରୁଥିବା ବେଳେ ୧୨ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେମାନେ କରୋନାକୁ ହରାଇ ସାମବାର ସୁସ୍ଥ ହେବା ସହ ପୁଣି କର୍ଯ୍ୟରେ ଯୋଗ ଦେଇଛନ୍ତି। ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ସେ କହିଛନ୍ତି, ଗଞ୍ଜାମ ପୋଲିସ ଏମାନଙ୍କୁ ସ୍ବାଗତ କରୁଛି ଏବଂ ସେମାନଙ୍କ ଉତ୍ସରଗ ମନୋଭାବକୁ ନେଇ ଆମେ ଗର୍ବିତ।