Categories: କୋରାପୁଟ

ବାରହା ଫାଶରେ ଯୁବକ

କୋରାପୁଟ,୨୪।୧୦(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ଉମ୍ବଲ ପଞ୍ଚାୟତ ମେଡିପୁଟ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ ତା’ର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଦୁ ଗୁଣ୍ଠା। ତେବେ କିଛି ଯୁବକ ବାରହା ଶିକାର ପାଇଁ ସଂଯୋଗ କରିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ନନ୍ଦପୁର ଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।