ରାଜ୍ୟରେ ୨୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୬।୭(ବ୍ୟୁରୋ):  ରାଜ୍ୟରେ ‘ବ୍ଲାକ୍‌ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୦ରେ ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ। ଇତିମଧ୍ୟରେ ମୋଟ୍‌ ୧୩୦ଜଣ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୬ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲାରୁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଓ ଖୋର୍ଦ୍ଧାରୁ ସର୍ବାଧିକ ୨୧ଜଣ ଲେଖାଏ ଥିବାବେଳେ ବାଲେଶ୍ୱରରୁ ୮, ଅନୁଗୋଳ ଓ କଟକରୁ ୭ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍‌ ଫଙ୍ଗସ୍‌ କେସ୍‌ ସାମ୍ନାକୁ ଆସୁଛି। ବ୍ଲାକ୍‌ ଫଙ୍ଗସ କେସ୍‌କୁ ନେଇ ଏତେ ଭୟଙ୍କର ସ୍ଥିତି ରାଜ୍ୟରେ ନାହିଁ।

Share