Categories: ଅନୁଗୋଳ

ଖଲାରିରେ ପଶିଲେ ୨୦ ହାତୀ

ଅନୁଗୋଳ ଅଫିସ,୨୦।୧: ଅନୁଗୋଳ ବ୍ଲକ ଖଲାରି ଗାଁରେ ବୁଧବାର ସକାଳେ ୨୦ଟି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲ ଗାଁ ପାଖ ବୁଦୁବୁଦିଆ ଜଙ୍ଗଲରେ ବୁଲି ଡାଳପତ୍ର ଖାଉଥିବା ଦେଖିବାକୁ ମିଳିଛି। ନିକଟରେ ଏହି ହାତୀପଲ ବେନ୍ତପୁର, ତୁଳସୀପାଳ ଗାଁରେ ପଶି ଧାନ ଫସଲ ନଷ୍ଟ କରିଥିଲେ। ଖବରପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।