ପୁରୀ ଅଫିସ, ୨୨ା୯: ବିଭିନ୍ନ ଟ୍ରେନ୍ରେ ବିନା ଟିକେଟରେ ଯାତ୍ରା କରିବା ଅଭିଯୋଗରେ ୨୫ଜଣଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ସେମାନଙ୍କୁ ସ୍ବତନ୍ତ୍ର ରେଲଓ୍ବେ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇ ଦିଆଯାଇଛି।
ପୁରୀ ରେଲଓ୍ବେ ଥାନା ଅଧିକାରୀ ଅନିଲ କୁମାର ସିଂହଙ୍କ ସୂଚନା ଅନୁଯାୟୀ, ଟ୍ରେନ ଓ ଷ୍ଟେଶନରେ ଯାତ୍ରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଆରପିଏଫ୍ ପକ୍ଷରୁ ପୁରୀ ରେଳଷ୍ଟେଶନ ଅଞ୍ଚଳରେ ଅବାଞ୍ଛିତ ଭାବେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତପସ୍ବିନୀ ଏକ୍ସପ୍ରେସ, ପୁରୁଷୋତ୍ତମ ଏକ୍ସପ୍ରେସ, ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ହାୱଡା-ପୁରୀ ଏକ୍ସପ୍ରେସ ଟ୍ରେନ୍ରେ ଅନଧିକୃତ ଯାତ୍ରା କରିବା ଏବଂ ଷ୍ଟେଶନ ଅଞ୍ଚଳରେ ବୁଲିବା ଅଭିଯୋଗରେ ୨୫ ଜଣଙ୍କୁ ଗିରଫ କରାଯାଇଛି।