ୟେରେଭାନ୍/ବାକୁ, ୨୬।୧୦: ଦୀର୍ଘ ୨୯ ଦିନ ପରେ ଆର୍ମେନିଆ ଏବଂ ଅଜରବୈଜାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଦୁଇ ଦେଶ ଅକ୍ଟୋବର ୨୫-୨୬ ତାରିଖ ମଧ୍ୟ ରାତିରେ ଲାଗି ରହିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ସହମତି ପ୍ରକାଶ କରିଛନ୍ତି। ଅସ୍ତ୍ରବିରତି ସମ୍ପର୍କିତ ଘୋଷଣା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍ ପୋମ୍ପିଓ କରିଛନ୍ତି। ଟ୍ରମ୍ପ୍ ଏନେଇ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲସ ପଶିନାନ୍ ଏବଂ ଅଜରବୈଜାନ ରାଷ୍ଟ୍ରପତି ଇହ୍ଲାମ୍ ଅଲିୟେବଙ୍କୁ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ବହୁ ନିରୀହ ଲୋକଙ୍କ ଜୀବନ ବଞ୍ଚିପାରିବ ବୋଲି ଟ୍ରମ୍ପ୍ କହିଛନ୍ତି। ସୂଚନାଯୋଗ୍ୟ, ଆର୍ମେନିଆ ଏବଂ ଅଜରବୈଜାନ ମଧ୍ୟରେ ନାଗୋର୍ନୋ କାରାବାଖ ଅଞ୍ଚଳକୁ ନେଇ ଯୁଦ୍ଧ ଆରମ୍ଭ ହୋଇଥିଲା।