Categories: ଜାତୀୟ

କ୍ରୀଡ଼ା ଉତ୍ସବ ପରେ ୨୯ ଡାକ୍ତରୀ ଛାତ୍ରୀଛାତ୍ର ପଜିଟିଭ୍‌

ମୁମ୍ବାଇ, ୩୦।୯: ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପରିଚାଳିତ ପାରେଲସ୍ଥିତ କେଇଏମ୍‌ ହସ୍ପିଟାଲର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଏମ୍‌ବିବିଏସ୍‌ ପ୍ରଥମ ବର୍ଷ ଓ ୨୩ ଜଣ ଦ୍ୱିତୀୟ ବର୍ଷ ଶିକ୍ଷାର୍ଥୀ ହୋଇଥିବାବେଳେ ୨୭ ଜଣ କୋଭିଡ୍‌ ଟିକାର ଉଭୟ ଡୋଜ୍‌ ନେଇଛନ୍ତି। ୨ ଜଣଙ୍କୁ ଅନ୍ଧେରୀସ୍ଥିତ ସେଭେନ୍‌ହିଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ କ୍ୱାରାଣ୍ଟାଇନରେ ଅଛନ୍ତି। କଲେଜରେ ଅନୁଷ୍ଠିତ ସାଂସ୍କୃତିକ ଓ କ୍ରୀଡ଼ା ଉତ୍ସବ ଯୋଗୁ ସେମାନେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି କୁହାଯାଉଛି।

Share