ଶର୍ଟସର୍କିଟରୁ ଜଳିଗଲା ୨୧ ବଖରା

ଖଲ୍ଲିକୋଟ,୨ା୭: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ନାଇକାଣିପଲି ଗ୍ରାମରେ ଶୁକ୍ରବାର ଶର୍ଟସର୍କିଟରୁ ନିଆଁ ଲାଗି ୧୨ ପରିବାରର ୨୧ ବଖରା ଜଳିଯାଇଛି। ଅଗ୍ନିକାଣ୍ଡରେ ନାଇକାଣିପଲି ଗ୍ରାମ ମଝି ସାହିରେ ରହୁଥିବା ମଞ୍ଜୁ ଖୁଣ୍ଟିଆ, ରାଜନ ଖୁଣ୍ଟିଆ, ଲକ୍ଷ୍ମଣ ଗୌଡ଼, ଛାୟା ଗୌଡ଼, ଜୟ ଖୁଣ୍ଟିଆ, ମେଳିଆ ଗୌଡ଼, ସନ୍ତୋଷ ସ୍ବାଇଁ, ପୁରୁଷୋତ୍ତମ ସ୍ବାଇଁ, ହଜାରି ସ୍ବାଇଁ, ମହେଶ୍ୱର ସ୍ବାଇଁ, ତ୍ରିନାଥ ଗୌଡ଼, ବସନ୍ତ ରାଉତଙ୍କ ସମସ୍ତ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ପୋଡ଼ିଯାଇଛି। ଖବର ପାଇ କୋଦଳା ଦମକଳ ଓ ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଖଲ୍ଲିକୋଟ ଫାୟାର ଅଫିସର ଜମୁନା ପ୍ରସଦା ମହନ୍ତ କହିଛନ୍ତି। ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାସ, ରେଭେନ୍ୟୁ ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ ପହଞ୍ଚତ୍ କ୍ଷତିଗ୍ରସ୍ତଙ୍କୁ ପାଲ ଯୋଗାଇ ଦେଇଥିଲେ। ଏବଂ ଆବଶ୍ୟକ ସହଯୋଗ ପାଇଁ ନାଇକାଣିପଲି ସରପଞ୍ଚଙ୍କୁ କହିଥିଲେ। ଅଗ୍ନିବିପ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share