ଆକ୍ରମଣରେ ୨୩ ମୃତ

ମୋଗାଦିଶୁ, ୪ା୪: ସୋମାଲିଆର ୨ ମିଲିଟାରୀ ବେସ୍‌ରେ ଇସ୍‌ଲାମୀୟ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ସୈନ୍ୟ ଅଛନ୍ତି। ୨ଟି କାର୍‌ରେ ଉଗ୍ରପନ୍ଥୀମାନେ ମିଲିଟାରି ବେସ୍‌ରେ ପଶିଯାଇ ବୋମାମାଡ଼ କରିଥିଲେ। ସେମାନଙ୍କୁ ଅଟକାଇବାକୁ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏଥିରେ ୧୯ ଉଗ୍ରପନ୍ଥୀଙ୍କ ମୃତ୍ୟୁ ଘଟିଛି। ଇସ୍‌ଲାମିକ ଗୋଷ୍ଠୀ ଅଲ୍‌-ଶବାବ ଘଟଣା ପାଇଁ ନିଜକୁ ଦାୟୀ କରିଛି।

Share