Categories: ଜାତୀୟ

୨୦ ବର୍ଷ ପରେ ନ୍ୟାୟ ପାଇଲେ ୧୨୭ ମୁସଲମାନ

ସୁରଟ,୧୦।୩: ଦୀର୍ଘ ୨୦ ବର୍ଷ ଧରି ଜେଲରେ ରହିଥିବା ୧୨୭ ଜଣ ମୁସଲମାନ ନିର୍ଦ୍ଦୋଷ ବୋଲି ରାୟ ଦେଇଛନ୍ତି ଗୁଜରାଟ ସୁରଟଠାରେ ଥିବା ଏକ କୋର୍ଟ। ସେମାନଙ୍କ ମଧ୍ୟରୁ ମାମଲାର ଶୁଣାଣିବେଳେ ୫ ଜଣଙ୍କ ମୃତ୍ୟୁ ଘଟିସାରିଛି। ଆଉ ୧୨୨ ଜଣଙ୍କୁ ଜେଲରୁ ମୁକ୍ତ କରିବାକୁ ଅଦାଲତ ଶନିବାର ନିର୍ଦ୍ଦେଶ ଦେଇଥିଲେ।
ହୋଇଥିବା ୧୨୭ ଜଣ ଷ୍ଟୁଡେଣ୍ଟସ୍‌ ଇସ୍‌ଲାମିକ୍‌ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ(ସିମି) ସଙ୍ଗଠନ ସହ ଜଡ଼ିତ ଥିବା ଅଭିଯୋଗ ରହିଥିଲା। ୨୦୦୧ ଡିସେମ୍ବରରେ ଗୁଜରାଟ ପୋଲିସ ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ(ୟୁଏପିଏ) ଅନୁସାରେ ଗିରଫ କରିଥିଲା। ସନ୍ଦେହ ଆଧାରରେ ସେମାନଙ୍କୁ ଜେଲରେ ରଖାଯାଇଥିବା ଏବଂ ସେମାନଙ୍କ ବିରୋଧରେ ଯଥେଷ୍ଟ ସାକ୍ଷ୍ୟପ୍ରମାଣ ନ ମିଳିବାରୁ ବିଚାର ବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ ଏ.ଏନ୍‌. ଡାଭେ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଯେ, ୨୦୦୧ ଡିସେମ୍ବର ୨୮ରେ ଗୁଜରାଟର ସୁରଟରେ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଶିକ୍ଷା ସମ୍ବନ୍ଧିତ ଏକ ଓ୍ବାର୍କଶପ୍‌ ଆୟୋଜନ ପାଇଁ ସ୍ଥିର କରିଥିଲେ। ହେଲେ ଏହା ପୂର୍ବଦିନ ଅର୍ଥାତ ୨୭ରେ କେନ୍ଦ୍ର ସରକାର ସିମି ସଙ୍ଗଠନ ଉପରେ କଟକଣା ଲଗାଇଥିଲେ। ସଙ୍ଗଠନ ନିଜ କାର୍ଯ୍ୟକଳାପ ବିସ୍ତାର ପାଇଁ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଜରାଟ ପୋଲିସ ଏକ ହୋଟେଲରୁ ସମସ୍ତ ୧୨୭ ଜଣଙ୍କୁ ଗିରଫ କରିଥିଲା।

Share