ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ

ଧର୍ମଗଡ଼,୧୯ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଯାଆଁଳା ଭାଇ ଖେଳୁଥିବାବେଳେ ଘର ପାଖ ପୋଖରୀକୁ ଖସି ପଡ଼ିଥିଲେ। ବୁଡ଼ିଯାଉଥିବା ଦେଖିଥିଲେ ପରିବାର ଲୋକେ ଦେଖି ଉଭୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ମେଡିକାଲକୁ ନେଇଯାଇଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଦ୍ୱୟ ହେଲେ ମହାଲିଙ୍ଗ ଗାଁର ରୋହିତ ସାହୁଙ୍କ ୫ବର୍ଷର ଦୁଇ ପୁଅ ପୀୟୂଷ ଏବଂ ୟସ୍‌। ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share