ଭୁବନେଶ୍ୱର,୩।୧୦(ବ୍ୟୁରୋ): କଟକ ଏବଂ ଭୁବନେଶ୍ୱରରେ ଶନିବାର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଲାଗି ରହିଛି। ଏହା ୨ ରୁ ୩ ଘଣ୍ଟା ଧରି ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଲୋକଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିରହିଛି।