ଅକ୍ଷୟଙ୍କ ଫିଲ୍ମ ଦେଖିବାକୁ ଅପିଲ କଲେ ଟ୍ୱିଙ୍କଲ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୋଷ୍ଟ ଏକ୍ସପେନସିଭ୍ ଫିଲ୍ମ ବେଲ୍ ବଟମ ରିଲିଜ୍ ହୋଇ ସାରିଛି । ଗୁରୁବାର ଅର୍ଥାତ୍ ୧୯ ଅଗଷ୍ଟ ରିଲିଜ୍ ହୋଇଥିବା ଏହି ଫିଲ୍ମ ଅନେକଙ୍କୁ ପସନ୍ଦ ଆସିଥିବା ଜଣାପଡିଛି । ଏମିତିକି କେଜେତଣ ସେଲିବ୍ରିଟି ଏହି ଫିଲ୍ମ ଦେଖିବା ପରେ ଅକ୍ଷୟଙ୍କର ପ୍ରଶଂସା କରିଛନ୍ତି । ଏହାକୁ ନେଇ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ବି ଇମ୍ପ୍ରେସ ହୋଇ ଯାଇଛନ୍ତି । ସେ ଏକ ଫଟୋ ଶେୟାର କରି ଫିଲ୍ମଟିକୁ ଦେଖିବାକୁ ଅନୁରୋଧ କରିଛନ୍ତି । ଫଟୋରେ ସେ ଅକ୍ଷୟଙ୍କ ସହ ଯେମିତି ପାର୍କରେ ବୁଲୁଥିବା ଦେଖାଯାଉଛି । ଏହାସହ ସେ କ୍ୟାପଶନରେ ଲେଖିଛନ୍ତି ଆମେ ପାର୍କରେ ବୁଲିବା ଭଳି ଲାଗୁଛି । ହେଲେ ବାସ୍ତବରେ ଆମେ କିଛି ଭଲ କରିବାକୁ ଯାଉଛୁ । ମୋତେ ‘ବେଲ ବଟମ’ ବହୁତ ପସନ୍ଦ ଆସିଲା ଆପଣମାନେ ବି ଏହାକୁ ଦେଖନ୍ତୁ ବୋଲି ଟ୍ୱିଙ୍କଲ କହିଛନ୍ତି । ଅନ୍ୟପଟେ ଫିଲ୍ମ ଦେଖିସାରି ଅଭିନେତ୍ରୀ କଙ୍ଗନା ରାନାୱତ ବି ଅକ୍ଷୟଙ୍କ ପ୍ରଶଂସା କରିବାକୁ ଭୁଲି ନାହାନ୍ତି । କଙ୍ଗନା କହିଛନ୍ତି ଏହା ବ୍ଲକବୁଷ୍ଟର । ଏପଟେ ଫିଲ୍ମ କ୍ରିଟିକମାନେ ଅନୁମାନ ଲଗାଇଛନ୍ତି କି ‘ବେଲ ବଟମ’ ଭଲ ବିଜନେସ୍ କରିବ । ଏମିତିକି ପ୍ରଥମ ଦିନ ଏହା ୫-୭ କୋଟି ଆୟ କରିପାରେ ବୋଲି କୁହାଯାଉଛି ।

Share