ହାତରେ ଛୁରି ଧରି ଏମିତି କହିଲେ ଅକ୍ଷୟ କୁମାରଙ୍କ ସ୍ତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ବିଙ୍କଲ ଖାନ୍ନା ପରଦାରୁ ଦୂରରେ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ସମସାମୟିକ ପ୍ରସଙ୍ଗରେ ମଧ୍ୟ ତାଙ୍କ ମତକୁ ମୁକ୍ତ ଭାବରେ ଉପସ୍ଥାପନ କରନ୍ତି। ଟ୍ବିଙ୍କଲ ତାଙ୍କ ମଜାଳିଆ ଅନ୍ଦାଜ ପାଇଁ ବଲିଉଡରେ ଜଣାଶୁଣା। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି, ଭିଡିଓରେ ତାଙ୍କ ହାତରେ ଛୁରୀ ଦେଖାଯାଉଛି ଏବଂ ତାଙ୍କୁ ପ୍ରବଳ ରାଗ ମୁଡ୍‌ରେ ଦେଖିବାକୁ ମିଳିଛି। ଭିଡିଓ ଶେୟାର କରି ସେ ଲେଖିଛନ୍ତି- ‘ମୁଁ ପ୍ରକୃତରେ ଏହା କରିବାକୁ ଚାହେଁ ଯେତେବେଳେ ମୁଁ ବଡ଼ ପାର୍ଟିରେ ଛୋଟ ଛୋଟ କଥାବାର୍ତ୍ତା କରିବାକୁ ବାଧ୍ୟ ହୁଏ। ଟ୍ବିିଙ୍କଲର ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା କରୁଛନ୍ତି।ଏହି ଭିଡିଓରେ ଆୟୁଷ୍ମାନ ଖୁରାନା ସ୍ତ୍ରୀ ତାହିରା କଶ୍ୟପ ଏବଂ ନିର୍ଦ୍ଦେଶକ ଅଭିଷେକ କପୁର, ଡିନ ପାଣ୍ଡେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଟ୍ବିଙ୍କଲଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ସ୍ବାମୀ ଅଭିନେତା ଅକ୍ଷୟ କୁମାରଙ୍କ ବିଷୟରେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଅକ୍ଷୟ ସାର୍‌ ଭଲ ଅଛନ୍ତି? ଅନ୍ୟ ଜଣେ ଲେଖିଛନ୍ତି, ଅକ୍ଷୟଙ୍କ ଉପରେ ଏତେ ରାଗିଛନ୍ତି କି।

Share