ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୪ ପ୍ରେମିକ ରଖିବାକୁ କହିଥିଲେ ବାପା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ ରାଜେଶ ଖନ୍ନା। ସେ ଆଉ ଏ ଦୁନିଆରେ ନାହାନ୍ତି ସତ, ମାତ୍ର ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବେ ବି ଅଛନ୍ତି। ତାଙ୍କର ଫିଲ୍ମ ଏବଂ ଗୀତକୁ ଏବେ ବି ଲୋକମାନେ ଦେଖିବାକୁ ଏବଂ ଶୁଣିବାକୁ ବହୁତ ଭଲ ପାଉଛନ୍ତି। ରାଜେଶ ନିଜର ଭିନ୍ନ ଶୈଳୀ ପାଇଁ ଲୋକଙ୍କ ନିକଟରେ ଅନ୍ୟ ଏକ ପରିଚୟ ସୃଷ୍ଟି କରି ପାରିଥିଲେ।
ଏକ ସାକ୍ଷାତକାରରେ ଟ୍ବିଙ୍କିଲ କହିଥିଲେ ଯେ, କେତେଜଣ ପ୍ରେମିକ ଅଛନ୍ତି ବୋଲି ଏକଦା ବାପା ତାଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ଜଣେ ଥିବା ଟ୍ବିଙ୍କିଲ କହିଥିଲେ। ମାତ୍ର ରାଜେଶ ତାଙ୍କୁ ଜଣେ ନୁହେଁ ଚାରିଜଣ ପ୍ରେମିକ ରଖିବାକୁ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ହୃଦୟ କେବେ ଭାଙ୍ଗିବ ନାହିଁ ବୋଲି ସେ କହିଥିବା ଟ୍ବିଙ୍କିଲ କହିଥିଲେ।

Share