Categories: ଖେଳ

୬୯ ବର୍ଷ ପରେ କ୍ରିକେଟ ପଡିଆରେ ଘଟିଲା ଏମିତି ଚମତ୍କାର

ପ୍ରାୟତଃ କ୍ରିକେଟ ପଡ଼ିଆର ଖେଳାଳିମାନେ ବଲ ଏବଂ ବ୍ୟାଟ ସହିତ ଏକ ଚମତ୍କାର ପ୍ରଦର୍ଶନ କରନ୍ତି ଏବଂ ସେମାନଙ୍କ ଦଳକୁ ଜିତିବାରେ ସାହାଯ୍ୟ କରନ୍ତି। କିନ୍ତୁ ଏହା ବହୁତ କ୍ୱଚିତ୍‌ ଘଟେ ଯେତେବେଳେ ସମାନ ମ୍ୟାଚରେ ଦୁଇ ଯାଆଁଳା ଭାଇ ଉଭୟ ବଲ ଏବଂ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରନ୍ତି ଏବଂ ଦଳକୁ ଜିତାନ୍ତି। ମଙ୍ଗଳବାର ଇଂଲଣ୍ଡର ପ୍ରଥମ ଶ୍ରେଣୀ ଚାମ୍ପିଅନସିପ ବବ ୱିଲିସ ଟ୍ରଫିରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ସମରସେଟ ପାଇଁ ଖେଳୁଥିବା କ୍ରେଗ ଓଭରଟନ ଏବଂ ଜାମି ଓଭରଟନ ମାତ୍ର ଦୁଇ ଦିନ ମଧ୍ୟରେ ନିଜ ଦଳକୁ ବିଜୟ ପ୍ରଦାନ କରିଥିଲେ। ଦୁଇ ଭାଇ ଅର୍ଦ୍ଧଶତକ ସହ ୪-୪ ୱିକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ କ୍ରେଗ ଓଭରଟନ ୫୩ ଏବଂ ଜାମି ଓଭରଟନ ୬୮ ରନ ସଂଗ୍ରହ କରିଥିଲେ। ଏଥି ସହିତ କ୍ରେଗ ଓଭରଟନ ପ୍ରଥମ ଇନିଂସରେ ମାତ୍ର ୧୨ ରନ ଦେଇ ୪ ଉଇକେଟ ନେଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ୪ ୱିକେଟ ନେଇ ଜାମି ଓଭରଟନ ତାଙ୍କ ଦଳକୁ ବିଜୟରେ ନେଇଥିଲେ।

ଓଭରଟନ ଭାଇଙ୍କ ଦ୍ୱାରା ହାସଲ କରାଯାଇଥିବା ଏହି କାରନାମା ୬୯ ବର୍ଷ ପୂର୍ବେ ୧୯୫୧ରେ କରାଯାଇଥିଲା। ୧୯୫୧ରେ ବେଡସର ଭାଇମାନେ ଅର୍ଦ୍ଧଶତକ ସହ ଗ୍ଲାମରଗାନ ବିପକ୍ଷରେ ୪-୪ ଉଇକେଟ ନେଇଥିଲେ। ୬୬ ପ୍ରଥମ ଶ୍ରେଣୀ ମ୍ୟାଚରେ ଜାମି ଓଭରଟନ ୧୭୬ ଉଇକେଟ ନେଇଥିବାବେଳେ କ୍ରେଗ ଓଭରଟନ ୯୧ ପ୍ରଥମ ଶ୍ରେଣୀ ମ୍ୟାଚ ରେ ୩୦୩ ଉଇକେଟନେଇଛନ୍ତି। କ୍ରେଗ ଓଭରଟନ ଇଂଲଣ୍ଡ ପାଇଁ ୪ ଟି ଟେଷ୍ଟ ଏବଂ ଗୋଟିଏ ଦିନିକିଆ ଖେଳିଛନ୍ତି।

Share