Categories: ଜାତୀୟ

୨୫ ମହଲା ଉପରୁ ଖସି ପଡ଼ିଲେ ଯାଅଁଳା ଭାଇ

ଗାଜିଆବାଦ୍‌,୧୭।୧୦: ୧୪ ବର୍ଷୀୟା ଦୁଇ ଯାଅଁଳା ଭାଇ ଆପର୍ଟମେଣ୍ଟର ୨୫ତମ ମହାଲାରୁ ପଡ଼ି ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ଘଟିଛି ଏଭଳି ଦୁଃଖଦ ଘଟଣା। ତେବେ ଦୁଇ ଭାଇ କେଉଁ ଭଳି ୨୫ ମାହାଲାରୁ ଖସି ପଡ଼ିଲେ, ତାହା ଜଣାପଡ଼ି ନାହିଁ।

ପୋଲିସ ଅନୁଯାୟୀ, ଯାଅଁଳା ନାବାଳକଙ୍କ ବାପା ଅଫିସ କାର୍ଯ୍ୟରେ ମୁମ୍ବାଇ ଯାଇଛନ୍ତି। ଘଟଣା ସମୟରେ ଦୁହିଁଙ୍କ ମା’ ଓ ଭଉଣୀ ଘରେ ଥିଲେ।

ରାତି ପ୍ରାୟ ୧ଟାରେ ସତ୍ୟନାରାୟଣ ଓ ସୂର୍ଯ୍ୟନାରାୟଣ ଆପାର୍ଟମେଣ୍ଟର ୨୫ ତମ ମହାଲାରୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା ବୋଲି ବିଜୟ ନଗର ଥାନା ଅଧିକାରୀ କହିଛନ୍ତି।

Share