Categories: ଜାତୀୟ

ଆର୍ୟନ ମାମଲାରେ ନୂଆମୋଡ

ମୁମ୍ବାଇ,୨୪।୧୦: ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜଣେ ସାକ୍ଷୀ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାଭିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ସାକ୍ଷୀ ଦାବି କରିଛନ୍ତି ଯେ ସମଗ୍ର ମାମଲାରେ କୋଟି କୋଟି ଟଙ୍କାର କାରବାର ହୋଇଛି। ଏହି ବ୍ୟକ୍ତିଙ୍କ ନାମ ପ୍ରଭାକର ରାଘୋଜି ସୈଲ। ସେ ୨୨ ଜୁଲାଇ ୨୦୨୧ରୁ କେପି ଗୋସାଭିଙ୍କ ଅଙ୍ଗରକ୍ଷୀ ଅଟନ୍ତି। ଗୋସାଭି ହେଉଛନ୍ତି ସେହି ବ୍ୟକ୍ତି, ଯିଏକି ରେଭ ପାର୍ଟିରେ ଧରାପଡିଥିବା ଆର୍ୟନଙ୍କୁ ଏନସିବି କାର୍ଯ୍ୟାଳୟକୁ ନେଇଥିବାର ନଜର ଆସିଥିଲେ। ଏହି ମାମଲାରେ ପ୍ରଭାକର ଅନ୍ୟତମ।
ପ୍ରଭାକରଙ୍କ ମନ୍ତବ୍ୟ ଅନୁଯାୟୀ, ଅକ୍ଟୋବର ୨ରେ ଏନସିବି ରେଭ ପାର୍ଟି ଉପରେ ଚଢାଉ ସମୟରେ ସେ କିରଣଙ୍କ ସହ ଥିଲେ। ଗୋସାଭି ୧୦.୩୦ ରେ ବୋର୍ଡିଂ ଅଞ୍ଚଳକୁ ଡାକିଲେ, ମୁଁ ସେଠାରେ ପହଞ୍ଚିଲି, ମୁଁ ଏକ କ୍ୟାବିନରେ ଆର୍ୟନ ଏବଂ ମୁନମୁନ ଧାମେଚାଙ୍କୁ ଦେଖିଲି। ଏହା ପରେ ରାତି ୧୨.୩୦ ରେ ଗୋସାଭି ଏନସିବି ଅଧିକାରୀଙ୍କ ସହ ଆର୍ୟଙ୍କୁ ଧଳା ରଙ୍ଗର ଇନୋଭା କାରରେ ଏନସିବି କାର୍ଯ୍ୟାଳୟକୁ ଆଣିଥିଲେ। ରାତି ୧ ଟାରେ ଗୋସାଭି ମୋତେ ଏନସିବି କାର୍ଯ୍ୟାଳୟ ଭିତରକୁ ଆସିବାକୁ କହିଥିଲେ। ମୁଁ ପହଞ୍ଚିବା ମାତ୍ରେ ମୋତେ ଏହି ଘଟଣାର ସାକ୍ଷୀ ହେବାକୁ ପଡ଼ିବ ବୋଲି କହିଥିଲେ। ମୁଁ ଏନସିବି ଅଧିକାରୀ ସମୀର ଓ୍ବାଙ୍ଖେଡେଙ୍କ ନିର୍ଦ୍ଦେଶରେ ଉପର ମହଲାକୁ ଗଲି। ସେ ୧୦ଟି ସାଧାକାଗଜରେ ମୋର ଦସ୍ତଖତ ନେଇଥିଲେ ଏବଂ ମୋ ଆଧାର କାର୍ଡର ବିବରଣୀ ମଧ୍ୟ ମୋଠାରୁ ନେଇଥିଲେ। କିଛି ସମୟ ପରେ କିରଣ ଗୋସାଭି ଏନସିବି କାର୍ଯ୍ୟାଳୟଠାରୁ ୫୦୦ ମିଟର ଦୂରରେ ଶାମ ଡି’ସୁଜା ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ତା’ପରେ ଗୋସାଭି ତାଙ୍କ ଧଳା ଇନୋଭା କାରରୁ ବାହାରି ଆସି ସାମ ଡି’ସୁଜାଙ୍କ କାର ଅନୁସରଣ କଲେ। ଏହି ଦୁଇଟି କାର ଲୋୟର ପାରେଲ ବ୍ରିଜ ନିକଟରେ ଅଟକି ରହିଲା। ଆମେ ଯିବାବେଳେ ଗୋସାଭି ଶାମ ଡି’ସୁଜାଙ୍କ ସହ ଫୋନରେ ବାରମ୍ବାର କଥାବାର୍ତ୍ତା ହେଉଥିଲେ। ଗୋସାୱି, ସାମୀର ଓ ଶ୍ୟାମ୍ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର କଥାବର୍ତ୍ତା ହୋଇଥିଲା। ହେଲେ ପରେ ୧୮ କୋଟି ଟଙ୍କାରେ ଏହି ଡିଲ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଛନ୍ତି। ଗୋସାୱି ଏବଂ ଶ୍ୟାମ ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଛନ୍ତି।

Share