ଟୁଇଟର୍‌ ଡାଉନ୍‌

କାର୍ଲିଫର୍ନିଆ,୨୯।୧୨:ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର୍‌ର ୱେବ ଭର୍ସନ ଡାଉନ ଅଛି। ଡାଉନ୍‌ଡିଟେକ୍ଟର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟାରୁ ୟୁଜର୍ସମାନେ ଟୁଇଟର୍‌ ୱେବସାଇଟରେ ଲଗ ଇନ କରିବାକୁ ଅସମର୍ଥ ହେଉଛନ୍ତି। କେବଳ ଏତିକି ନୁହେଁ, ଟୁଇଟ୍‌ କରିବାରେ ମଧ୍ୟ ଅସୁବିଧା ହେଉଛି। ୟୁଜର୍ସଙ୍କ କହିବାନୁସାରେ, ଲଗ ଇନ କରିବା ସମୟରେ ତ୍ରୁଟି ଦର୍ଶାଉଛି।
ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଟୁଇଟର୍‌ ଡାଉନ୍‌ ହୋଇଛି। ଏହାପୂର୍ବରୁ ଡିସେମ୍ବର ୧୧ରେ ଟୁଇଟର୍‌ ୟୁଜର୍ସ ଲଗ୍‌ ଇନ୍‌ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଅକ୍ଟୋବରରେ ଏଲନ ମସ୍କ ଟୁଇଟର୍‌ ପ୍ଲାଟଫର୍ମକୁ ୪୪ ବିଲିୟନ ଡଲାରରେ କିଣିଥିଲେ। ଏହାପରେ ମସ୍କ ଟୁଇଟର ନୀତିରେ ଅନେକ ମଧ୍ୟ ପରିବର୍ତ୍ତନ କରିଛନ୍ତି।

Share