Categories: ଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି। ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର୍ସମାନେ ବିଟକଏନ ଦାବି କରିଥିଲେ। ପିଏମ୍‌ ନ୍ୟାସନାଲ୍‌ ରିଲିଫ ପାଣ୍ଠିରେ କ୍ରିପ୍ଟୋ ମୁଦ୍ରା ମାଧ୍ୟମରେ ହ୍ୟାକର୍ସ ଟୁଇଟ୍‌ କରି ଦାନ ମାଗିଥିଲେ। ଟୁଇଟ୍‌ରେ ଲେଖାଯାଇଥିଲା, ମୁଁ ଆପଣଙ୍କୁ ଯୁବକମାନଙ୍କୁ ଅନୁରୋଧ କରୁଛି ଯେ କୋଭିଡ -୧୯ ପାଇଁ ପିଏମ ମୋଦି ରିଲିଫ ପାଣ୍ଠିକୁ ଦାନ କରନ୍ତୁ। ତେବେ କିଛି ସମୟ ପରେ ଟୁଇଟ୍‌ଟି ଡିଲିଟ ହୋଇଯାଇଥିଲା।
ଅନ୍ୟ ଏକ ଟୁଇଟ୍‌ରେ ହ୍ୟାକର ଲେଖିଛନ୍ତି ଯେ, ଏହି ଆକାଉଣ୍ଟକୁ ଜନ ୱିକ (hckindia@tutanota.com) ହ୍ୟାକ କରିଛି। ଆମେ ପେଟିଏମ ମଲ ହ୍ୟାକ କରିନାହୁଁ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟରେ ୨୫ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି।

Share