Categories: ବାଣିଜ୍ୟ

ବିଭ୍ରାନ୍ତିକର ପୋଷ୍ଟ ହଟାଇବେ ଟୁଇଟର, ଫେସବୁକ

ନୂଆଦିଲ୍ଲୀ,୨୬।୪: ଟୁଇଟର ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ବିଭ୍ରାନ୍ତକର ପୋଷ୍ଟଗୁଡିକୁ ହଟାଇବେ। କେନ୍ଦ୍ର ସରକାର ରବିବାର କମ୍ପାନୀଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଭୂଲ ସୁଚନା ପ୍ରସାର ଏବଂ ମହାମାରୀ ସମୟରେ ଲୋକଙ୍କୁ ଡରାଇବା ଭଳି ପୋଷ୍ଟ ସବୁକୁ ବାଦ ଦେବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏ ନେଇ ଆକାଉଣ୍ଟ ହୋଲ୍ଡରଙ୍କୁ ଅବଗତ କରାଇଥିବା ଟୁଇଟର ପକ୍ଷରୁ ସୂଚନା ଦିଆଯାଇଛି। କେତେ ସଂଖ୍ୟକ ଆକାଉଣ୍ଟକୁ ଏ ନେଇ କୁହାଯାଇଛି ବୋଲି କମ୍ପାନୀ କିଛି ସ୍ପଷ୍ଟ ଭାବେ କହିନାହିଁ। ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଏବଂ ଫେସବୁକର ପ୍ରତିକ୍ରିୟା ଲୋଡାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ।

Share