Categories: ଜାତୀୟ

ଭାରତରେ ୫୪ ହଜାର ଆକାଉଣ୍ଟ ବ୍ୟାନ୍‌ କଲା ଟୁଇଟର

ନୂଆଦିଲ୍ଲୀ,୨ା୧୧: ଭାରତରେ ଗତ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୫ ମଧ୍ୟରେ ଶିଶୁ ଯୌନ ଶୋଷଣ, ଅସହମତ ନଗ୍ନତା ଏବଂ ଆନୁଷଙ୍ଗିକ ବିଷୟବସ୍ତୁ ପ୍ରସାରଣ କରିଥିବା ୫୨,୧୪୧ ଆକାଉଣ୍ଟ ଉପରେ ଟୁଇଟର୍‌ ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ ଦେଶରେ ଆତଙ୍କବାଦର ପ୍ରସାର କରାଉଥିବା ୧,୯୮୨ଟି ଆକାଉଣ୍ଟକୁ ମଧ୍ୟ ଏଲନ୍‌ ମସ୍କଙ୍କ ମାଇକ୍ରୋ-ବ୍ଲଗିଂ ପ୍ଲାଟ୍‌ଫର୍ମ ନିଷେଧ କରିଛି। ନୂଆ ଆଇଟି ନିୟମାବଳୀ, ୨୦୨୧ ଅନୁଯାୟୀ ଟୁଇଟର ଦାଖଲ କରିଥିବା ମାସିକ ରିପୋର୍ଟରୁ ଜଣାପଡ଼ିଛି ଯେ, ଏହା ଭାରତୀୟ ୟୁଜରମାନଙ୍କଠାରୁ ଉପରୋକ୍ତ ସମୟ ମଧ୍ୟରେ୧୫୭ଟି ଅଭିଯୋଗ ପାଇଥିଲା। ସେଥିରୁ ୧୨୯ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଟୁଇଟର ଆକାଉଣ୍ଟ ସସ୍‌ପେଣ୍ଡ ପାଇଁ ଅପିଲ କରାଯାଇଥିବା ୪୩ଟି ଅଭିଯୋଗ ଉପରେ ବିଚାର କରାଯାଉଥିବା ରିପୋର୍ଟରେ କୁହାଯାଇଛି।

Share