Categories: ଜାତୀୟ

୨୫୦ ଆକାଉଣ୍ଟ ବ୍ଲକ କଲା ଟୁଇଟର

ନୂଆଦିଲ୍ଲୀ,୧।୨: ଦେଶର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନିବେଦନ ପରେ ଟୁଇଟର ଇଣ୍ଡିଆ ସୋମବାର ୨୫୦ ଆକାଉଣ୍ଟକୁ ବ୍ଲକ କରିଦେଇଛି। ବ୍ଲକ ହୋଇଥିବା ସମସ୍ତ ଆକାଉଣ୍ଟ ସରକାରଙ୍କ ବିରୋଧରେ ମିଛ ଓ ଉତ୍ତେଜକ ହାସଟ୍ୟାଗ ବ୍ୟବହାର କରୁଥିଲେ। କାର୍ବାନ ମାଗାଜିନ, କିଷାନ ଏକତା ମୋର୍ଚ୍ଚା ସମେତ ଅନ୍ୟ କୃଷକ ସଂଗଠନର କିଛି ଆକାଉଣ୍ଟ ମଧ୍ୟ ଏହି ତାଲିକାରେ ରହିଛି।

”ଆମେ ସବୁ ଯାଗାରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ କରୁଛୁ। ଯଦି ଆମକୁ ସ୍ବୀକୃତି ପ୍ରାପ୍ତ ସଂସ୍ଥା ପକ୍ଷରୁ ନିବେଦନ କରାଯାଏ, ଆମେ ନିର୍ଦ୍ଦିଷ୍ଟ ଦେଶରେ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ରୋକିବୁ“ ବୋଲି ଟୁଇଟର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Share