ଟୁଇଟର ଭାଇ, ଟଙ୍କା ଦେଇ ସାରିଛି ଏବେ ବ୍ଲୁ ଟିକ୍‌ ଫେରାଇ ଦିଅନ୍ତୁ: ଅମିତାଭ ବଚ୍ଚନଙ୍କ ମଜାଦାର ପୋଷ୍ଟ

ମୁମ୍ବାଇ,୨୧।୪: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ଶୁକ୍ରବାର ଅନାଦାୟ ଆକାଉଣ୍ଟଗୁଡିକର ବ୍ଲୁ ଟିକ୍‌ କାଟି ଦେଇଛି। ସେହି ଆକାଉଣ୍ଟଗୁଡିକ ମଧ୍ୟରେ ବହୁତ ସେଲିବ୍ରେଟିଙ୍କ ଟୁଇଟର ଆକାଉଣ୍ଟ ରହିଛି। ଏ ନେଇ ଟୁଇଟର ନିଜ ପ୍ରତିକ୍ରିୟାରେ କହିଛି, ଭେରିଫାଇଡ୍‌ ଆକାଉଣ୍ଟ ସେମାନଙ୍କ ବ୍ଲୁ ଟିକ୍‌ ପାଇଁ ଦେୟ ଦେଇ ନ ଥିବାରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଛି।

ତେବେ ଏ ସମୟରେ ସୋସିଆଲ ମିଡିଆରେ ବେଶି ସକ୍ରିୟ ଥିବା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବ୍ଲୁ ଟିକ୍‌ ମଧ୍ୟ ଛଡ଼ାଇ ନିଆଯାଇଥିଲା। ଏ ନେଇ ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏକ ମଜାଦାର ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଟୁଇଟର ଭାଇ। ଶୁଣି ପାରୁଛନ୍ତି। ଆମେ ଏବେ ଟଙ୍କା ଦେଇ ସାରିଛୁ। ତେଣୁ ନାମ ପାଖରେ ଯେଉଁ ନୀଳ ଟିକ୍‌ ଚିହ୍ନ ରହିଥାଏ, ତାହାକୁ ଫେରାଇ ଦିଅନ୍ତୁ ଭାଇ। ଯାହାଦ୍ୱାରା ଲୋକେ ଜାଣି ପାରିବେ ଏହି ଆକାଉଣ୍ଟ ମୋର ଅଟେ। ହାତ ତ ଯୋଡୁଛି ଏବେ କଣ ଗୋଡ ଯୋଡିବାକୁ ପଡିବ କି।

Share