Categories: ଜାତୀୟ

ମାର୍ଚ୍ଚ ୧୫ ସୁଦ୍ଧା ଅଫିସ ଫେରିବାକୁ କର୍ମଚାରୀଙ୍କୁ ଟୁଇଟର ସିଇଓଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୪।୩: ବିଶ୍ୱରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ଏବଂ ଟୁଇଟର ସମେତ ଅନେକ ବଡ ବଡ ବୈଷୟିକ କମ୍ପାନୀ ସେମାନଙ୍କର ଓ୍ବାର୍କ ଫର୍ମ ହୋମ କାର୍ଯ୍ୟକୁ ସମାପ୍ତ କରିଛନ୍ତି। ଗୁଗୁଲ ପରେ ଟୁଇଟର ସିଇଓ ପରାଗ ଅଗ୍ରୱାଲ ଟୁଇଟର କର୍ମଚାରୀଙ୍କୁ ମାର୍ଚ୍ଚ ୧୫ ସୁଦ୍ଧା ଅଫିସକୁ ଫେରିବାକୁ କହିଛନ୍ତି।
କର୍ମଚାରୀମାନେ ଯେଉଁଠାରୁ ସୁବିଧା ଅନୁଭବ କରିବେ ସେଠାରୁ କାମ କରିପାରିବେ ବୋଲି ଅଗ୍ରୱାଲ ତାଙ୍କ ଚିଠିରେ ଲେଖିଛନ୍ତି। କର୍ମଚାରୀମାନଙ୍କ ପାଇଁ ୨ଟି ବିକଳ୍ପ ଅଛି, ସେମାନେ ସେମାନଙ୍କର ସୁବିଧା ଅନୁଯାୟୀ କାମ କରିପାରିବେ ବୋଲି ଅଗ୍ରଓ୍ବାଲ କହିଛନ୍ତି। କରୋନା ଯୋଗୁ କର୍ମଚାରୀମାନେ ଗତ ଦୁଇ ବର୍ଷ ଧରି ଘରୁ କାମ କରୁଥିଲେ। କମ୍ପାନୀ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଟୁଇଟର ସିଇଓ କହିଛନ୍ତି।

Share