Categories: ଜାତୀୟ

ଆଇଟି ନିୟମ ମାନିଛି ଟୁଇଟର

ନୂଆଦିଲ୍ଲୀ, ୧୧ା୮: ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର ନୂଆ ଆଇଟି ନିୟମକୁ ପାଳନ କରିବା ସହ ଆଇନ ଅନୁସାରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତ କରିଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ନବୀକରଣ କରାଯାଇଥିବା ସତ୍ୟପାଠକୁ ରେକର୍ଡଭୁକ୍ତ କରାଯାଇଥିବା ଟୁଇଟର ଓକିଲ କହିବା ସହ ତାହାକୁ ଅଦାଲତରେ ଦାଖଲ କରିଥିଲେ। ଚିଫ୍‌ କମ୍ପ୍ଲାଏନ୍ସ ଅଫିସର ଏବଂ ରେସିଡେଣ୍ଟ ଗ୍ରିଭାନ୍ସ ଅଫିସର ପାଇଁ ବିନୟ ପ୍ରକାଶ ଦକ୍ଷ ଅଧିକାରୀ ବୋଲି ଟୁଇଟର ସତ୍ୟପାଠରେ ଦର୍ଶାଇଛି। ଏହାସହ ନୋଡାଲ କଣ୍ଟାକ୍ଟ ପର୍ସନ ଭାବେ ଶାହିନ୍‌ କୋମାଥଙ୍କୁ ନିଯୁକ୍ତ କରାଯାଇଥିବା ଟୁଇଟର କହିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଆଇଟି ନିୟମର ଅନୁପାଳନ କରିଥିବା ଆଡିସିନାଲ ସଲିସିଟର ଜେନେରାଲ ଚେତନ ଶର୍ମା କୋର୍ଟଙ୍କୁ ଜଣାଇଛନ୍ତି। ଟୁଇଟର ଆଇଟି ନିୟମ ମାନୁ ନ ଥିବା ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଥିଲା। ଏହାର ଶୁଣାଣି ବେଳେ ଜଷ୍ଟିସ ରେଖା ପାଲ୍ଲୀ ନିୟମ ପାଳନ କରିଥିବା ନେଇ ଯୁକ୍ତି ରେକର୍ଡ କରିଛନ୍ତି। ଆସନ୍ତା ୧୦ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

Share