Categories: ଜାତୀୟ

ଟୁଇଟର୍‌ ଭାରତରେ ନିଯୁକ୍ତ କଲା ଅଭିଯୋଗ ଅଧିକାରୀ, ଦାୟିତ୍ୱରେ ବିନୟ ପ୍ରକାଶ…

ନୂଆଦିଲ୍ଲୀ,୧୧।୭: ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ୍‌ ପରେ ଟୁଇଟର ଏବେ ବାଟକୁ ଆସିଛି। ଭାରତରେ ଆବାସିକ ଅଭିଯୋଗ ଅଧିକାରୀ ଭାବେ ବିନୟ ପ୍ରକାଶଙ୍କୁ ନିଯୁକ୍ତ କରାଯିବା ନେଇ ଟୁଇଟର ପକ୍ଷରୁ ଘୋଷଣା କରାଯାଇଛି। ସେ ଟୁଇଟର ବିରୋଧରେ କରାଯାଇଥିବା ବିଭିନ୍ନ ଅଭିଯୋଗ ତଦାରଖ କରିବା ସହିତ ମାସିକ ରିପୋର୍ଟର ସମୀକ୍ଷା କରିବେ। ଏନେଇ ଟୁଇଟରର ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି। ଜୁଲାଇ ୮ରେ ଦିଲ୍ଲୀ ହାଇକୋର୍ଟ ଭାରତରେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବାଲାଗି ଟୁଇଟରକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୧୧ ସୁଦ୍ଧା ଅଭିଯୋଗ ଅଧିକାରୀ ନିଯୁକ୍ତ କରିବା ଲାଗି ଟୁଇଟର ପକ୍ଷରୁ କୋର୍ଟରେ କୁହାଯାଇଥିଲା।

 

 

 

 

Share