ସ୍ଥାନୀୟ ସରକାରଙ୍କ ଆଇନ ମାନିବା ବ୍ୟତୀତ ଟୁଇଟରର ଅନ୍ୟ ପନ୍ଥା ନାହିଁ: ଏଲନ୍‌ ମସ୍କ

ନ୍ୟୁୟର୍କ, ୨୨ା୬ : ଯେକୌଣସି ଦେଶରେ ସ୍ଥାନୀୟ ସରକାରଙ୍କ ଆଇନକୁ ମାନିବା ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମର ଅନ୍ୟ ବିକଳ୍ପ ନାହିଁ ବୋଲି ଟୁଇଟର ମୁଖ୍ୟ ଏଲନ୍‌ ମସ୍କ ବୁଧବାର କହିଛନ୍ତି। ୩ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ସମୟରେ ସରକାର ବିରୋଧୀ ବିଷୟବସ୍ତୁ ନ ହଟାଇଲେ ଟୁଇଟରର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିବାକୁ ଭାରତ ସରକାର ଧମକ ଦେଇଥିଲେ ବୋଲି ଏହାର ସହପ୍ରତିଷ୍ଠାତା ଜାକ୍‌ ଡୋର୍ସିଙ୍କ ଅଭିଯୋଗ ଉପରେ ଖବରଦାତାମାନେ ପ୍ରଶ୍ନ କରିବାରୁ ମସ୍କ ଏହା କହିଛନ୍ତି। ସ୍ଥାନୀୟ ସରକାରଙ୍କ ଆଇନକୁ ନ ମାନିଲେ ଆମକୁ ବ୍ୟବସାୟ ବନ୍ଦ କରିବାକୁ ପଡ଼ିବ ବୋଲି ମସ୍କ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି।

Share