ଟୁଇଟର ଡିଲ ଶେଷ: ମସ୍କଙ୍କୁ କୋର୍ଟକୁ ନେବ ଟୁଇଟର, ନ୍ୟୁୟର୍କର ସର୍ବୋଚ୍ଚ ଆଇନ ସଂସ୍ଥାକୁ ଦେଇଛି ଦାୟିତ୍ୱ

ୱାଶିଂଟନ,୧୧ ।୭: ଟୁଇଟର ଡିଲକୁ ନେଇ ସବୁଠି ଏବେ ଚର୍ଚ୍ଚା । ୪୪ ଅରବ ଡଲାରରେ ଟୁଇଟରକୁ କ୍ରୟ କରିବା ଡିଲ ଏବେ ଶେଷ ହୋଇଛି କହିଲେ ଚଳେ । ଏବେ ଏହାକୁ ନେଇ ଟେଲସା ତଥା ସ୍ପେସଏକ୍ସର ସିଇଓ ଏଲନ ମସ୍କଙ୍କୁ ଟୁଇଟର କୋର୍ଟରେ ଠିଆ କରିବାର ଯୋଜନା କରିଛି । ଟୁଇଟର ନ୍ୟୁୟର୍କର ଏକ ସର୍ବୋଚ୍ଚ ଲ ଫାର୍ମକୁ ମସ୍କଙ୍କ ବିରୋଧରେ ମାମଲା ରୁଜୁ କରିବାର ଦାୟିତ୍ୱ ଦେଇଛି ।
ଦ ହିଲର ସୂଚନା ଅନୁଯାୟୀ, ମାଇକ୍ରୋବ୍ଲଗିଙ୍ଗ ସାଇଟ ଟୁଇଟର ନ୍ୟୁୟର୍କର ଅଗ୍ରଣୀ ଲ ଫାର୍ମ ୱାଁଚଟେଲଲିପ୍ଟନ ରୋସେନ ଆଣ୍ଡ କାଟ୍‌ଜକୁ ମସ୍କଙ୍କ ବିରୋଧରେ ମାମଲ ରୁଜୁ କରିବାକୁ ଚୟନ କରିଛି । ଟୁଇଟର ଆସନ୍ତା ସପ୍ତାହରେ ହେଲାବେୟରରେ ମସ୍କଙ୍କ ନାଁରେ ମାମଲା ରୁଜୁ କରିବ । ଅନ୍ୟପଟେ ମସ୍କ ବି ଏହା ବିରୋଧରେ ଲଢିବାକୁ ପ୍ରସ୍ତୁତ ହୋଇଗଲେଣି । ସେ ଲ ଫାର୍ମ କ୍ୱିନ ଇମାନୁଏଲ ଉର୍କହାର୍ଟ ଆଣ୍ଡ ସୁଲିବନକୁ ବାଛିଛନ୍ତି । ଆଇନର ଲଢେଇ ଟୁଇଟର ଜିତିବ ବୋଲି କହିଛନ୍ତି ଟୁଇଟରର ଚେୟାରମ୍ୟାନ ବ୍ରେଟ ଟେଲର ।

Share