ଟୁଇଟରକୁ ବ୍ୟାନ କଲା ନାଇଜେରିଆ

ଅବୁଜ,୪।୬: ନାଇଜେରିଆରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଶୁକ୍ରବାର ବ୍ୟାନ୍‌ କରିଦିଆଯାଇଛି। ଦେଶର କର୍ପୋରେଟ୍‌ ବ୍ୟବସ୍ଥାକୁ ଦୁର୍ବଳ କରୁଥିବାରୁ ଆମେରିକୀୟ କମ୍ପାନୀ ବିରୋଧରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସୂଚନା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କେନ୍ଦ୍ର ସରକାର ଟୁଇଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାସନ୍ଦ କରିଛନ୍ତି। ତେବେ ଦୁଇ ଦିନ ତଳେ ରାଷ୍ଟ୍ରପତି ମହମ୍ମଦ ବୁହାରୀଙ୍କ ଏକ ବିବାଦୀୟ ମନ୍ତବ୍ୟ ପରେ ତାଙ୍କ ଆକାଉଣ୍ଟକୁ ହଟାଇ ଦେଇଥିଲା ଟୁଇଟର। ସରକାରଙ୍କ ଘୋଷଣା ପରେ ମଧ୍ୟ ନାଇଜେରିଆରେ ଟୁଇଟର କାମ କରୁଥିବା କିଛି ରିପୋର୍ଟରେ ପ୍ରକାଶ ପାଇଛି।

Share