Categories: ଜାତୀୟ

ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କ ବଦଳି

ନୂଆଦିଲ୍ଲୀ,୧୩ ।୮: ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କୁ ଭାରତରୁ ବଦଳି କରି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ପୁଣିଥରେ ଆମେରିକା ଡାକିଛି । ତାଙ୍କ ବଦଳି ଏମିତି ସମୟରେ ହୋଇଛି ଯେତେବେଳେ କଂଗ୍ରେସ ଓ ଟୁଇଟର ମଧ୍ୟରେ ଟଣାଭିଡା ଚାଲିଛି । ତାଙ୍କର ବଦଳି ଦିନ ଅର୍ଥାତ୍ ଶୁକ୍ରବାର ହିଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ଗୁଡିଏ ଅଭିଯୋଗ ଆଣିଛନ୍ତି । ଏହାପୂର୍ବରୁ ମଧ୍ୟ ନୂଆ ନିୟମକୁ ନେଇ ସରକାର ଓ ଟୁଇଟର ମଧ୍ୟରେ ତୁତୁମେମେ ଲାଗି ରହିଛି । ସୂଚନାଯୋଗ୍ୟ, ଟୁଇଟର ଇଣ୍ଡିଆର ମୁଖ୍ୟ ଭାବେ ନିଯୁକ୍ତି ପାଇବାର ପ୍ରାୟ ୨ ବର୍ଷ ପରେ ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କୁ ଆମେରିକା ସଂଚାଳନ କାର୍ଯ୍ୟ ଲାଗି ଡକାଯାଇଛି ।

Share